HeaderTop

ସ୍କୁଲ ବହି କବାଡ଼ିଆକୁ ବିକିବା ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ

0

କୋଇଡ଼ା (ସୁନିଲ ପଣ୍ଡା): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ୟୁପି ସ୍କୁଲରେ ପିଲାଙ୍କ ବହି କବାଡ଼ିଆଙ୍କୁ ବିକ୍ରି କରିବା ଅଭିଯୋଗରେ ପ୍ରଧାନଶିକ୍ଷକ ଛନ୍ଦା ଚରଣ ସିଂହ ନିଲମ୍ବିତ ହୋଇଛନ୍ତି। ପ୍ରଧାନଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ମହମ୍ମଦ ସକିଉଲ ରେହେମାନ ନିଲମ୍ବିତ କରିଛନ୍ତି। ଗତକାଲି ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ ) ବିଇଓଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଇଓ ଘଟଣାର ତଦନ୍ତ କରି ଆଜି ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।

ବହି ବୋଝେଇ ଏକ ଅଟୋକୁ ଅଟକ ରଖିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ, ସର୍ଗିଗୁଡ଼ା ୟୁପି ସ୍କୁଲକୁ ୨୦୧୯-୨୦୨୦ , ୨୦୨୦-୨୦୨୧ , ୨୦୨୧-୨୦୨୨ ଶିକ୍ଷା ବର୍ଷର ଆସିଥିବା ବହି ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ବଦଳରେ ପ୍ରଧାନଶିକ୍ଷକ କବାଡି ବାଲାକୁ ବିକି ଦେଇଥିଲେ।। ତିନି ହଜାରରୁ ଊର୍ଦ୍ଧ୍ୱ ବହି ଏକ ଅଟୋରେ ବୋଝେଇ ହୋଇ ଯାଉଥିବା ବେଳେ ଗ୍ରାମବାସୀ ଗାଡ଼ିକୁ  ଅଟକାଇଥିଲେ। ବହି କେଉଁଠୁ ଆଣିଲ ପଚାରିବାରୁ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟରୁ ବହି ଆଣିଥିବା ଅଟୋ ଚାଳକ କହିଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ  ଘଟଣାର ତଦନ୍ତ କରି ବିଇଓ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।

 

You might also like
Loading...